Breaking

Tuesday, 26 February 2019

ମାତ୍ର ୨୧ ମିନିଟରେ ପାକିସ୍ତାନ ମାଟିରେ ତାଣ୍ଡବ ରଚିଲା ମିରାଜ! ଜାଣନ୍ତୁ କାହିଁକି ବାୟୁସେନାର ପ୍ରଥମ ପସନ୍ଦ ପାଲଟିଥିଲା ମିରାଜ

୨୧ ମିନିଟ୍, ୧୨ ମିରାଜ୍, ୧୦୦୦ କିଲୋ ବୋମା ଆଉ ୩୦୦ରୁ ଅଧିକ ଆତଙ୍କବାଦୀ ମୃତ ! ପୁଲୱାମା ହମଲାର ପ୍ରତିଶୋଧ ନେଲା ଭାରତ, ଜାଣନ୍ତୁ ଆକ୍ରମଣର ପୁରା ଘଟଣା ।




ପୁଲଓ୍ଵାମା ଆକ୍ରମଣର ଜବାବ ଦେବାକୁ ଯାଇ ଗତକାଲି ମଧ୍ୟରାତ୍ରରେ ଭାରତୀୟ ବାୟୁସେନାର ଏକାଧିକ ବିମାନ ଭାରତ-ପାକ୍‌ ସୀମାର ନିୟନ୍ତ୍ରଣ ରେଖା ଭିତରକୁ ପ୍ରବେଶ କରି ବୋମା ମାଡ଼ କରିଛନ୍ତି । ଭାରତୀୟ ସେନା ପାକିସ୍ତାନରେ କରିଥିବା ଏହି ଆକାଶୀ ଆକ୍ରମଣରେ ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର କ୍ୟାମ୍ପକୁ ଧ୍ୱଂସ କରିଥିବା ସୂଚନା ମିଳିଛି।






ଏଥିସହିତ ଅନ୍ୟ ଆତଙ୍କବାଦୀ କ୍ୟାମ୍ପ୍‌ଗୁଡ଼ିକ ମଧ୍ୟ ବାୟୁସେନାର ବୋମା ମାଡରେ ଧ୍ୱଂସ ପାଇଛି। ଏହି ଆକ୍ରମଣରେ ଭାରତୀୟ ବାୟୁସେନାର ମିରେଜ୍‌ ୨୦୦୦ ଲଢୁଆ ବିମାନ ଅଂଶଗ୍ରହଣ କରିଥିଲା। ୧୦୦୦ କିଲୋଗ୍ରାମ ଓଜନର ବିସ୍ଫୋରକ ଥିବା ବୋମା ନିୟନ୍ତ୍ରଣ ରେଖା ଆରପଟରେ ଥିବା ଆତଙ୍କବାଦୀ କ୍ୟାମ୍ପ୍‌ ଉପରକୁ ନିକ୍ଷେପ କରାଯାଇଛି ବୋଲି ମଙ୍ଗଳବାର ବିଦେଶ ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି। କିନ୍ତୁ ଏହି ଆକ୍ରମଣ ପରେ ପାକିସ୍ତାନ କୌଣସି ବଡ଼ ଧରଣର କ୍ଷତି ସହିଥିବା ଅସ୍ୱୀକାର କରିଛି। ଦେଖନ୍ତୁ ଆତଙ୍କବାଦୀ ମୃତ୍ୟୁ ଫଟୋ-



ବୁଠାରୁ ବଡକଥା ହେଉଛି ଭାରତୀୟ ବାୟୁସେନା କରିଥିବା ଆକ୍ରମଣର ଭିଡିଓ ପ୍ରଥମେ ପାକିସ୍ତାନ ଟିଭି ଚ୍ୟାନେଲରେ ପ୍ରସାରଣ ହୋଇଥିଲା । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛନ୍ତି ବୈଦେଶିକ ବ୍ୟାପାର ସଚିବ ବିଜୟ ଗୋଖଲେ । ଦାର୍ଘ ୨୦ ବର୍ଷ ହେଲା ଭାରତ ବିରୋଧରେ ଆତଙ୍କୀ ଷଡଯନ୍ତ୍ର କରୁଥିଲା ପାକିସ୍ତାନ । ହେଲେ ଆଜି ପର୍ଯ୍ୟନ୍ତ କୌଣସି କଡା କାର୍ଯ୍ୟାନୁଷ୍ଠାନ କରିନଥିଲା ଭାରତ । ହେଲେ ଜେଇଏମ୍ ପୁଣି ଏକ ଆତ୍ମଘାତୀ ଆକ୍ରମଣ କରିବା ନେଇ ଗୁଇନ୍ଦା ସୂଚନା ଥିବାରୁ ଏହି ଅସୈନ୍ୟ କାର୍ଯ୍ୟାନୁଷ୍ଠାନ କରାଯାଇଛି

No comments:

Post a Comment

SOMETHINGS NEW